spot_img

ପରିବା ବିକ୍ରି କରୁଥିବା ସମୟରେ ଚାଷୀଙ୍କ ଉପରେ ଚଢିଗଲା ଟ୍ରକ

ଯାଜପୁର: ଯାଜପୁର ଜିଲ୍ଲାର ୧୬ନଂ ଜାତୀୟ ରାଜପଥରେ ଘଟିଛି ଏକ ଅଘଟଣ । ବାରବାଟୀ ଛକ ଠାରେ ଥିବା ଗଣେଶ ପରିବା ହାଟ ନିକଟରେ ବେପାର କରୁଥିବା ପରିବା ଚାଷୀଙ୍କ ଉପରେ ଟ୍ରକ ଚଢିଯାଇଛି । ଏହାଫଳରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ବ୍ୟବସାୟୀ ଓ ଜଣେ ଚାଷୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ମୁତାବକ, ଦୌନିକ ସକାଳୁ ବାରବାଟୀ ହାଟରେ ପରିବା ଚାଷୀଙ୍କ ଭିଡ ଲାଗି ରହୁଥିବା ବେଳେ ଆଜି ଚାଷୀଙ୍କ ଭିଡ ରହିଥିଲା । କଲିକତାରୁ କଟକ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ବାରବାଟୀ ଛକ ଠାରେ ଲୁହା ବୋଝେଇ ଗାଡିକୁ ଓଭରଟେକ କରିବା ସମୟରେ ଭାରସାମ୍ୟ ହାରାଇ ରାସ୍ତାକଡରେ ଥିବା ଚାଷୀଙ୍କ ଉପରେ ଗାଡି ଚଢିଯାଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular