ପୁରୀ : ପୁରୀ ବେଳାଭୂମିସ୍ଥିତ ‘ବ୍ଲୁ ଫ୍ଲାଗ୍ ବିଚ୍’ରେ ଖୁବଶୀଘ୍ର ବ୍ଲୁ ଫ୍ଲାଗ୍ ଉଡ଼ିବ। ଅନ୍ତର୍ଜାତୀୟ ଜୁରି ଡେନମାର୍କ ଏହି ଅନୁମତି ଦେବା ପରେ ପୁରୀ ବେଳାଭୂମି ବିଶ୍ବରେ ପରିଚିତ ହୋଇପାରିବ ଓ ଏଠାକୁ ପର୍ୟ୍ୟଟକଙ୍କ ସୁଅ ଛୁଟିବ। ଏହି ଦୌଡ଼ରେ ଥିବା ସମସ୍ତ ୮ଟି ବେଳାଭୂମି ଭଳି ପୁରୀ ବେଳାଭୂମି ଏଥିପାଇଁ ପ୍ରସ୍ତୁତ ହୋଇସାରିଛି। ଖୁବଶୀଘ୍ର ଏହା ପର୍ୟ୍ୟଟକମାନଙ୍କ ପାଇଁ ଖୋଲି ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏଥିପାଇଁ ଦର ମଧ୍ୟ ଧାର୍ୟ୍ୟ ହୋଇଛି। ବେଳାଭୂମି ପରିଚାଳନା କମିଟି ଏହି ଦର ଧାର୍ୟ୍ୟ କରିଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛି। ବେଳାଭୂମିର ରକ୍ଷଣାବେକ୍ଷଣ ପାଇଁ ଏହା କରାଯାଇଛି। ପୁରୀର ସ୍ଥାନୀୟ ଲୋକେ ଏହି ବେଳାଭୂମି ପାଇଁ ମାସିକିଆ ପାସ ନେଇପାରିବେ। ଏଥିପାଇଁ ସେମାନଙ୍କୁ ମାସକୁ ୩୦୦ ଟଙ୍କା ଦେବାକୁ ହେବ। ସେହି ଭଳି ଜଣେ ପର୍ୟ୍ୟଟକ ତିନି ଘଣ୍ଟା ପାଇଁ ୨୦ ଟଙ୍କା ଦେବେ। ପୂରା ଦିନ ପାଇଁ ବୁଲିବାକୁ ଚାହୁଁଥିଲେ ଶହେ ଟଙ୍କା ଦେବାକୁ ହେବ। ସ୍ଥାନୀୟ ଲୋକ ପୂରା ଦିନକ ପାଇଁ ବୁଲିବାକୁ ଚାହୁଁଥିଲେ ୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଅନ୍ୟ ପକ୍ଷରେ ବେଳାଭୂମିର ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯିବ। ଏହି ବେଳାଭୂମିକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ। ଏଠାରେ ଧୁମପାନ ଓ ମଦ୍ୟପାନ ମଧ୍ୟ ନିଷିଦ୍ଧ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ୮୦୦ ମିଟର ବେଳାମାର୍ଗକୁ ବ୍ଲୁ ଫ୍ଲାଗ ବିଚ ପାଇଁ ପ୍ରସ୍ତୁତ କରାଯାଇଛି। ଏଥି ପାଇଁ ଏଠାରେ ସମସ୍ତ ସୁବିଧା ଖଞ୍ଜି ଦିଆଯାଇଛି। ବେଳାଭୂମିରେ ସୌର ଶକ୍ତିର ଉପଯୋଗ, ଜୈବ ଆବର୍ଜନା ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯାଇଛି। ବ୍ଲ ଫ୍ଲାଗ ପାଇଁ ଆବଶ୍ୟକ ଥିବା ୩୩ଟି ଆବଶ୍ୟକତା ପୂରଣ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ସ୍ନାନ ପାଇଁ ପାଣିର ଗୁଣବତ୍ତାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ପୁରୀ ବେଳାଭୂମିରେ ପାର୍କିଂ, ପାନୀୟ ଜଳ, ଫାଷ୍ଟଏଡ୍, ଲାଇଫ୍ ଗାର୍ଡ ୱାଚ ଟାୱାର, ଚେଜିଂ ରୁମ, ପିଲା ଖେଳ ପାଇଁ ବ୍ୟବସ୍ଥା, ବ୍ୟାୟମ ଉପକରଣ, ବସିବା ପାଇଁ ଚେୟାର ବ୍ୟବସ୍ଥା, ଛତ୍ରୀ,



Visitors Today : 1
Total Visitors : 130303
Total Views : 9891806
Visitors Online Now : 0