ନୂଆଦିଲ୍ଲୀ: ପ୍ରସିଦ୍ଧ ହଲିଉଡ୍ ଅଭିନେତା ରବର୍ଟ ପାଟିନସନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିକଟରେ ରବର୍ଟଙ୍କ ‘ଦ ବ୍ୟାଟମ୍ୟାନ’ ର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇଥିଲା । କିନ୍ତୁ ଆମେରିକୀୟ ଅଭିନେତା ପାଟିନସନ କରୋନା ସଂକ୍ରମିତ ହେବା ପରେ ଏହାର ସୁଟିଂ ବନ୍ଦ କରାଯାଇଛି । ସେ ଏବେ ଆଇସୋଲେସନରେ ଅଛନ୍ତି । ୱାର୍ଣ୍ଣର ବ୍ରଦର୍ସ ଏନେଇ ସୂଚନା ଦେଇଛନ୍ତି । ମାଟ୍ଟ ରିଭେସଙ୍କ ଫିଲ୍ମ ‘ଦ ବ୍ୟାଟମ୍ୟାନ’ ର ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଲକଡାଉନ ପାଇଁ ଫିଲ୍ମର ସୁଟିଂ ପୂର୍ବରୁ ବନ୍ଦ ଥିବା ବେଳେ ଏବେ ପାଟିନସନଙ୍କ ସଂକ୍ରମଣ ପାଇଁ ବନ୍ଦ କରାଯାଇଛି । ୨୦୨୧ ରେ ରିଲିଜର ଲକ୍ଷ୍ୟରେ ଥିବା ଫିଲ୍ମ ‘ବ୍ୟାଟମ୍ୟାନ’ ରେ ରବର୍ଟ ପାଟନସନଙ୍କ ଫାର୍ଷ୍ଟ ଲୁକ୍ ଫେବୃଆରୀରେ ରିଲିଜ କରାଯାଇଥିଲା ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0