spot_img

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ! ଏକ ଇ-ମେଲ୍ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦିଆଯିବା ପରେ ନ୍ୟାସନାଲ ଇନଭେଷ୍ଟିଗେଟିଭ ଏଜେନସି ବା ଜାତୀୟ ତଦନ୍ତକାରୀ ସଂସ୍ଥାର ନିଦ ହଜାଯାଇଛି । କେବଳ ସେତିକି ନୁହେଁ ‘ନରେନ୍ଦ୍ର ମୋଦୀଙ୍କୁ ହତ୍ୟା’ ତିନୋଟି ଶବ୍ଦରେ ସାରା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସିଗୁଡିକ ଆଖିରୁ ନିଦ ହଜିଯାଇଛି ।
ସୂଚନାମୁତାବକ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ କେତେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଛି । ଅଗଷ୍ଟ ୮ ତାରିଖରେ ଏହି ଇମେଲ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା ବଳୟକୁ ଅଧିକ ବଢାଇ ଦିଆଯାଇଛି । ପ୍ରାଥମିକ ଅନୁସନ୍ଧାନ ପରେ ସଂପୃକ୍ତ ଇ-ମେଲଟି ଦେଶ ବାହାରୁ ଆସିଥିବା ଜଣାପଡିଛି । ତେଣୁ ଏ ସମ୍ପର୍କରେ ଅଧିକ ତଦନ୍ତ କରିବା ପାଇଁ ଏନଆଇଏ, ଆଇଆଣ୍ଏଡବ୍ଲୁ, ମଲଟି-ଏଜେନସି କୋଅର୍ଡିନେସନ୍ ସେଣ୍ଟର, ଇଣ୍ଟେଲିଜେନସ୍ ବ୍ୟୁରୋ, ଡିଫେନସ୍ ଇଣ୍ଟେଲିଜେନସ ଏଜେନସିର ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular