ନୂଆଦିଲ୍ଲୀ: ଧାରା-୩୭୦ରୁ ମୁକ୍ତି ପାଇବା ପରେ ଏବେ ଲଦାଖରେ ଧାରା ୩୭୧ର ସୁରକ୍ଷା ପାଇଁ ଦାବି ହୋଇଛି । ବୈାଦ୍ଧ ଧର୍ମାବଲମ୍ବୀ ଲେହ ଜିଲ୍ଲାରେ ଲଦାଖ ସ୍ୱାୟତ ପାହାଡି ବିକାଶ ପରିଷଦ ଗୁରୁବାର ଏନେଇ ଦାବି କରିଛନ୍ତି । ତାଙ୍କ କହିବା ମୁତାବକ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱଦେଶୀ ଲୋକମାନଙ୍କର ଅଧିକାରର ରକ୍ଷା ପାଇଁ ଅନୁସୂଚି୬, ଅନୁଚ୍ଛେଦ ୩୭୧ ତଥା ସମ୍ବିଧାନର ଅଧିବାସ ଅଧିନିୟମ ଅନୁସାରେ ସୁରକ୍ଷା ପାଇଁ ଦାବି ହୋଇଛି । ଏହି ଦାବିପତ୍ର ମଧ୍ୟରେ ଲଦାଖର ସ୍ଥାୟୀ ବାସିନ୍ଦାମାନଙ୍କୁ ଭୂମି, ରୋଜଗାର, ପ୍ରାକୃତିକ ପ୍ରସାଧନ, ପର୍ଯ୍ୟବେକ୍ଷଣ ଏବଂ ସଂସ୍କୃତିର ସ୍ୱତନ୍ତ୍ର ଅଧିକାର ଦିଆଯିବା ପାଇଁ ଦାବି କରାଯାଇଛି । ଏହି ଦୁଇଟି ପ୍ରସ୍ତାବକୁ ହିଲ କାଉନସିଲର ଉପାଧ୍ୟକ୍ଷ ଏବଂ ବିଜେପି ନେତା ଟେରସିଙ୍ଗ ସୌଣ୍ଡୁପ ଉପସ୍ଥାପନା କରିଛନ୍ତି । ବିଜେପି ଦୁଇଟି ପ୍ରସ୍ତାବ ପାସ୍ କରିଥିବା ବେଳେ ଲଦାଖରେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଦାବି ହୋଇଛି । ସେପଟେ କଂଗ୍ରେସ ଏହି ପରିଷଦ ମିଟିଂ କୁ ବୟକଟ କରିଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0