spot_img

ବିଚ୍ ବଜାରରେ ସ୍ୱାମୀକୁ ଘୋଷାଡି ମାଡ ମାରିଲା ସ୍ତ୍ରୀ

ତାଳଚେର: ବିଚ ବଜାର ଉପରେ ସ୍ବାମୀକୁ ନିର୍ଦ୍ଧୁମ ପିଟିଛି ସ୍ତ୍ରୀ । ସ୍ତ୍ରୀକୁ ପାଖରେ ନ ରଖିବାରୁ ସ୍ୱାମୀକୁ ଘୋଷାଡି ଘୋଷାଡି ମାରିିଛି ସ୍ତ୍ରୀ । ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ଘଟିଛି ତାଳଚେର ଶର୍ମା ଛକ ନିକଟରେ । ସ୍ୱାମୀ ଜଣକ ସ୍ତ୍ରୀ ଠାରୁ ମାଡ ଖାଉଥିବାବେଳେ ଏହାକୁ କେହିବି ଅଟକାଇ ନଥିଲେ । ଭାଇରାଲ ହୋଇଥିବା ଏହି ଭିଡିଓ ଅନୁସାରେ ସ୍ୱାମୀ ଜଣକ ନିଜ ଦୋକାନରେ ଥିବାବେଳେ ସ୍ତ୍ରୀ ଆସି ମାଡ ମାରିଥିଲେ । ସୂଚନା ଅନୁସାରେ, ଏମାନେ ପୂର୍ବରୁ ପ୍ରେମ ବିବାହ କରିଥିଲେ । ତେବେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ଯୋଗୁଁ ସ୍ୱାମୀ ବିରୁଦ୍ଧରେ କୋର୍ଟରେ କେସ୍ କରିଥିଲେ ସ୍ତ୍ରୀ । ଯାହାକି ଏବେ ମଧ୍ୟ ବିଚାରାଧୀନ ଅବସ୍ଥାରେ ରହିଛି । କୋର୍ଟରେ ମାମଲା ପହଞ୍ଚିବା ପରଠାରୁ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହି ଆସୁଛନ୍ତି । ହଠାତ୍ ମହିଳା ଜଣକ ତାଙ୍କ ସ୍ୱାମୀ ପାଖରେ ରହିବାକୁ ଜିଦ ଧରିଛନ୍ତି । ଏଥିରେ ସ୍ବାମୀ ରାଜି ହୋଇନଥିଲେ । ତେଣୁ ଏହାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular