ଜଗତସିଂହପୁର: କଟକ-ପାରାଦୀପ ରାସ୍ତାରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ଟ୍ରକ୍ ଧକ୍କା ଦେବା ଫଳରେ ଆରୋହୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ତିର୍ତ୍ତୋଲ ଥାନା ନିକଟସ୍ଥ ଜଇପୁର ହାଟ ନିକଟରେ ଏକ ବାଇକକୁ ଟ୍ରକଟି ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା କୁର୍ତ।ଙ୍ଗ ଗାଁର ମାନସ ରଞ୍ଜନ ଭୂୟାଁ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0