ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ହୋଟେଲ କମ୍ପାନୀ ଓୟୋ ଇଣ୍ଡିଆର କର୍ମଚାରୀଙ୍କୁ ଏକ ବଡ଼ ଝଟକା ଲାଗିଛି । ଓୟୋ ସୀମିତ ଲାଭ ସହ ଛୁଟିରେ ଯାଇଥିବା କର୍ମଚାରୀଙ୍କ ସାମ୍ନାରେ ଖୋଦ୍ କମ୍ପାନୀଠାରୁ ଅଲଗା ହେବା ପାଇଁ କିମ୍ବା ସେମାନଙ୍କ ଛୁଟି ବଢ଼ାଇବା ପାଇଁ ପ୍ରସ୍ତାବ ରଖିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ନାହିଁ । ଆଦର୍ଶ ସ୍ଥିତିରେ ଓୟୋ କଦାପି ଏଭଳି କରିନଥାନ୍ତା ବୋଲି କମ୍ପାନୀର ଅଧିକାରୀ ରୋହିତ କପୁର କହିଛନ୍ତି । ସୂଚନାଯୋଗ୍ୟ କି କୋଭିଡ଼ ସଙ୍କଟ ସମୟରେ ଓୟୋ ନିଜର ଭାରତୀୟ ପରିଚାଳନାର କେତେକ କର୍ମଚାରୀଙ୍କୁ ମେ ୪ରୁ ସୀମିତ ଲାଭ ସହ ଚାରି ମାସ ଛୁଟିରେ ପଠାଇ ଦେଇଥିଲେ । ଏହା ସହ ସେମାନଙ୍କ ଦରମାରେ ହୋଇଥିବା ୨୫ ପ୍ରତିଶତ କାଟକୁ ମଧ୍ୟ ସ୍ୱୀକାର କରିବାକୁ କହିଥିଲେ । ପ୍ରାୟ ୫୦୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବାକୁ ପ୍ରସ୍ତୁତି କରୁଛି । କରୋନା ପାଇଁ କମ୍ପାନୀର ଅର୍ଥନୀତି ଓ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଥିବାରୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି



Visitors Today : 3
Total Visitors : 130169
Total Views : 9891615
Visitors Online Now : 0