ମାଲକାନଗିରି: ଗଞ୍ଜେଇ କାଉଡ଼ିଆମାନଙ୍କୁ ଧରିବାକୁ ଯାଇ ଜଣେ ହୋମଗାର୍ଡ ଗୁରୁତର ହୋଇଥିବା ଖବର ମିଳିଛି। ହୋମଗାର୍ଡଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଗଞ୍ଜେଇ କାଉଡ଼ିଆ ଭାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବାର ଖବର ପାଇ ବାଲିମେଳା ପୁଲିସ୍ ସେମାନଙ୍କୁ ଧରିବା ଲାଗି ଗୋଡ଼ାଇଥିଲା। ପୁଲିସ୍ କର୍ମଚାରୀମାନେ ଚାଉଳିମେନ୍ଦି ନିକଟରେ ସେମାନଙ୍କୁ ଅଟକାଇଥିଲେ। ସେଠାରେ ଗଞ୍ଜେଇ କାଉଡ଼ିଆ ମାନେ ପୁଲିସ୍ ଉପରକୁ ପାଲଟା ଆକ୍ରମଣ କରିଥିଲେ।ଏହି ସମୟରେ ଗଞ୍ଜେଇ କାଉଡ଼ିଆମାନେ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଘେରିଯାଇ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପରେ ବନବାସୀ ମହାରଣାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0