ଭୁବନେଶ୍ୱର : ଗତ କାଲି କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀ କୌଣସି ପ୍ରକାର ଦ୍ୱନ୍ଦରେ ଥିବେ ସେମାନେ ତାଙ୍କ ପରୀକ୍ଷା ଖାତାକୁ ପୁନଃଯାଞ୍ଚ ଲାଗି ଆବେଦନ କରିପାରିବେ। ଏଥିପାଇଁ ଆସନ୍ତା ୧୧ ତାରିଖ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି। କରୋନା ମହାମାରୀ ଚାଲିଥିବାରୁ ଇନ୍ଷ୍ଟାଣ୍ଟ ପରୀକ୍ଷା ସମ୍ପର୍କରେ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଇନ୍ଷ୍ଟାଣ୍ଟ ପରୀକ୍ଷା ତାରିଖ ଘୋଷଣା କରାଯିବ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0