spot_img

ରାଜ୍ୟରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ମଧ୍ୟରେ ୩୮୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୮୬ କ୍ୱାରେଣ୍ଟାଇନରେ  ରହିଥିବା ବେଳେ ୧୫୨୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୨୨ଜଣ, ପୁରୀରୁ ୧୧୭ ଜଣ, ରାୟଗଡ଼ାରୁ ୧୦୧ ଜଣ, ଭଦ୍ରକରୁ ୧୦୭ ଜଣ, ମୟୂରଭଞ୍ଜରୁ ୧୪୨ ଜଣ, ସୁନ୍ଦରଗଡ଼ରୁ ୩୪ ଜଣ, ବରଗଡ଼ରୁ ୩୯୬ଜଣ, କେନ୍ଦୁଝରରୁ ୮୪ ଜଣ, ଗଞ୍ଜାମରୁ ୧୦୮ ଜଣ, ନବରଙ୍ଗପୁରରୁ ୭୮ ଜଣ, କେରାପୁଟରୁ ୮୪ ଜଣ, ସମ୍ବଲପୁରରୁ ୮୩ ଜଣ, ନୟାଗଡ଼ରୁ ୬୨ ଜଣ, ସୁବର୍ଣ୍ଣପୁରରୁ ୧୦୬ ଜଣ, ଜଗତସିଂହପୁରରୁ ୬୭ ଜଣ, ଅନୁଗୁଳରୁ ୭୩ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, , ବୌଦ୍ଧରୁ ୨୯ ଜଣ, ବଲାଙ୍ଗିରରୁ ୪୩ ଜଣ, ନୂଆପଡ଼ାରୁ ୯୩ ଜଣ, ଝାରସୁଗୁଡ଼ାରୁ ୧୯୨ ଜଣ, କଳାହାଣ୍ଡିରୁ ୫୭ ଜଣ, କନ୍ଧମାଳରୁ ୪୫ ଜଣ, ଦେବଗଡ଼ରୁ ୭ ଜଣ, ଯାଜପୁରରୁ ୨୫୨ ଜଣ, , ଢ଼େଙ୍କାନାଳରୁ ୫୧ ଜଣ, ଗଜପତିରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୩୭ ଜଣ ଓ ବାଲେଶ୍ୱରରୁ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular