spot_img

ବନ୍ୟା ଆଣିଲା ଦୁଃଖ, ଆଠଗଡ, କଣ୍ଟାପଡା ଓ ବାରଙ୍ଗରେ ବ୍ୟାପକ ଫସଲ ନଷ୍ଟ

ଆଠଗଡ: ମହାନଦୀ ବନ୍ୟା ଚାଷୀଙ୍କ ପାଇଁ ଆଣିଦେଇଛି ଦୁଃଖ । ଏକର ଏକର ପରିବା ଓ ଧାନ ଫସଲ ନଷ୍ଟ ହୋଇଯାଇଛି । ଆଠଗଡର କିଛି ନଦୀ ତଳିଆ ଅଂଚଳରେ ଏଭଳି ପରିସ୍ଥିତି ଦେଖାଦେଇଛି । ରୋଜଗାର ପନ୍ଥା ଚାଲିଯାଇଥିବାରୁ ଚିନ୍ତାରେ ଆଠଗଡର ଚାଷୀ । କରଜ ସହ ଟଙ୍କା ଧାର କରି ଜମିରେ କରିଥିବା ଫସଲ ଏବେ ପଚିସଢି ଯାଇଛି । ସେପଟେ କଟକ ଜିଲ୍ଲା ଅଧିନ କଣ୍ଟାପଡା ଓ ବାରଙ୍ଗ ବ୍ଲକରେ ବି ସମାନ ସ୍ଥିତି ରହିଛି । ଏ ବର୍ଷ ପାଗ ଅନୁକୂଳ ନଥିବାରୁ ଚାଷୀ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିଲା । କେନାଲରେ ପାଣି ଆସିବାରୁ ଚାଷ କାମ ବି ବିଳମ୍ବରେ ଆରମ୍ଭ ହେଲା । କିନ୍ତୁ ଏବେ ବନ୍ୟା ସବୁ ଉଜାଡି ଦେଇଛି । ଏକର ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular