spot_img

ଜଗା ବଳିଆ ଓଡିଶା ଫେରିବାକୁ ପୁରିଲା ବର୍ଷେ । ତଥାପି ବଳିଆର ଅବସ୍ଥା ରହିଛି ସ୍ଥିର ।

କଟକ : ବହୁ ଚର୍ଚ୍ଚତ ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କର ଓଡିଶା ଆସିବା ବର୍ଷେ ପୁରିଛି । ୨୦୧୯ ମସିହା ସେପ୍ଟ୍ଟେମ୍ବର ୬ ତାରିଖରେରେ ସେମାନଙ୍କୁ ଦିଲ୍ଲୀ ଏମ୍ସରୁ କଟକ ଏସସିବିକୁ ଅଣାଯାଇଥିଲା । ବର୍ତ୍ତମାନ ଡକ୍ତାରଙ୍କ କହିବା ଅନୁସାରେ ଜଗା ଠିକ ଥିବାବେଳେ ବଳିଆକୁ ମଧ୍ୟ ଆଗଭଳି ଜ୍ୱର ଆସୁନାହିଁ କି ଫିଡ୍ସ ହେଉନି । ତାର ଅବସ୍ଥା ସ୍ଥିର ରହିଛି ।କିନ୍ତୁ ଏବେ ବି ସେ ନାଜାଲ ଫିଡିଂ ନେଉଛି।

ଫୁଲବାଣୀ ଜିଲ୍ଲାର କନ୍ଧମାଳର ଫିରିଙ୍ଗିଆ ବ୍ଲକ୍ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ଅକ୍ଟୋବର ୨୫ରେ ଦ୍ୱିତୀୟ ପର୍ୟ୍ୟାୟ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିଲେ। ଦୁଇ ବର୍ଷ ପରେ ସୁସ୍ଥ ହୋଇ ଜଗା-ବଳିଆ ଓଡିଶା ଫେରିଥିଲେ। ହେଲେ ଘରକୁ ନଯାଇ ଉଭୟଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଯେଉଁଦିନ ଜଗା-ବଳିଆଙ୍କୁ ଏସ୍ସିବିରେ ଭର୍ତ୍ତି କରାଗଲା, ସେହି ଦିନ ସେମାନଙ୍କ ସହ ଏମ୍ସର ପ୍ରଫେସର ଡାକ୍ତର ଦୀପକ୍ ଗୁପ୍ତା ଆସିଥିଲେ । ଜଗା ସ୍କୁଲ ଯାଇପାରିବ ବୋଲି କହିଥିଲେ। ଏପରିକି ସ୍ୱାସ୍ଥମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଜଗା ସ୍କୁଲ ଯିବା ସଂପର୍କରେ ବିଚାର କରାଯାଉ ବୋଲି ସୂଚନା ଦେଇଥିଲେ। କିନ୍ତୁ ଯେହେତୁ ଜଗା ଏବେବି ହେଲମେଟ୍ ପିନ୍ଧୁଛି ତେଣୁ ସେ ସ୍କୁଲ ଯାଇ ପାରିବ ନାହିଁ, ସ୍କୁଲ ଗଲେ ବିପଦ ବୋଲି ରାଜ୍ୟ ସରକାର ପରେ ସ୍ପଷ୍ଟ କରିଥିଲେ। ବିଭିନ୍ନ ସମୟରେ ଜଗା -ବଳିଆଙ୍କ ଚିକିତ୍ସା ଓ ଘରକୁ ନେଇ ଯିବା ପାଇଁ ମା ପୁଷ୍ପାଞ୍ଜଳି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ହେଲେ ଏହି ବିରଳ ଶିଶୁଙ୍କୁ ସୁରକ୍ଷା ଦୃଷ୍ଟିରୁ ସରକାର ଏ ପଯ୍ୟନ୍ତ ଘରକୁ ଯିବାକୁ ଅନୁମତି ଦେଇନାହାନ୍ତି। ଏହାଛଡା କରୋନା ପାଇଁ ତାଙ୍କ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଚିକିତ୍ସା କମିଟିର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular