spot_img

ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଓଲିଉଡ଼ର ସୁପରଷ୍ଟାର ଅନୁଭବ ମାହନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଜୀବନରେ ଉଠିଥିବା ଝଡ଼ରେ ଆସିଛି ନୂଆ ମୋଡ଼ । ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡ଼ପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ବର୍ଷାଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତଙ୍କ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି । ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସେ ପିଟିସନ୍ରେ ଉଲ୍ଲେଖ କରିଛନ୍ତି ।

patiala

ଅନୁଭବ ଏଥିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବାହାଘରର ପ୍ରଥମ ଦିନରୁ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ଶାରୀରିକ ସଂପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ । ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି । ଅନୁଭବ କହିଛନ୍ତି ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ । କଟକ ପେରିବା ପରେ ବର୍ଷା ଖୁସିଥିଲେ । କଟକ ଫେରିିଲେ ଆମର ସଂପର୍କ ରହିବ ବୋଲି ବର୍ଷା କହିଥିଲେ । କିନ୍ତୁ ବର୍ଷା ସଂପର୍କ ନରଖି ପୁଣି ୭/୮ ମାସ ସମୟ ମାଗିଥିଲେ । ଶାଶୁଘରେ ନରହି ଅଧିକାଂଶ ସମୟ ବାପଘରେ ରହୁଥିଲେ ବର୍ଷା । ବର୍ଷା କେବେ ବୈବାହିକ ଖୁସି ଦେଇନଥିବା କଥା ଅନୁଭବ ପିଟିସନରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି । ବର୍ଷା ସବୁବେଳେ ମୋ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି । ୨୦୧୯ ମେ ୧ରୁ ଦୁହେଁ ଅଲଗା ରହିଆସୁଥିବା ଅନୁଭବ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular