ଭୁବନେଶ୍ୱର: ଆକାଶଛୁଆଁ ପରିବା ଦର । ସବୁ ପରିବାର ଦର ପାଖାପାଖି ୫୦ ଉପରେ । ପନିପରିବା ଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ ହୋଇଛି ହାଣ୍ଡିଶାଳ । ଚିନ୍ତାରେ ବ୍ୟବସାୟୀ, ଅସନ୍ତୁଷ୍ଟ ଖାଉଟି । ବନ୍ୟାରେ ଫସଲହାନୀ ଯୋଗୁଁ ମୂଲ୍ୟ ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଥିବାବେଳେ ଦରକୁ ଦେଖି ବଢିଛି ଗ୍ରାହକଙ୍କ ଅସନ୍ତୋଷ ।

ଅନେକ ଅଞ୍ଚଳରେ ବନ୍ୟାଜଳ ପଶି ଫସଲ ନଷ୍ଟ ହୋଇଛି । ଗୋଟିଏ ପଟେ ଚାଷୀ ନିଜର ଫସଲ ହରାଇ ଚିନ୍ତାରେ ଥିବାବେଳେ ସ୍ଥିତି ସୁଧୁରିବାକୁ ଆହୁରି ମାସେ ଲାଗିବ ବୋଲି କହିଛନ୍ତି ବ୍ୟବସାୟୀ । କରୋନା କଟକଣା ଯୋଗୁଁ ଅନେକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ପରିବାର ଆକାଶଛୁଆଁ ଦର ଲୋକଙ୍କୁ ଖୁବ ବାଧୁଛି । ଭୁବନେଶ୍ୱର ଉପକଣ୍ଠ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରାଜଧାନୀକୁ ପରିବା ଆସିଥାଏ । ହେଲେ ଅନେକ ଅଞ୍ଚଳରେ ବନ୍ୟାଜଳ ପଶି ଫସଲ ନଷ୍ଟ କରିଛି । ଗୋଟିଏ ପଟେ ଚାଷୀ ନିଜର ଫସଲ ହରାଇ ଚିନ୍ତାରେ ଥିବାବେଳେ ସ୍ଥିତି ସୁଧୁରିବାକୁ ଆହୁରି ମାସେ ଲାଗିବ ବୋଲି କହିଛନ୍ତି ବ୍ୟବସାୟୀ । କଟକ ଛତ୍ର ବଜ଼ାରରେ ଗତ କିଛି ଦିନ ହେବ ପରିବା ଦର ହୁହୁ ହୋଇ ବାଢ଼ିଛି। ଆଜି ବଜ଼ାରରେ ଆଳୁ କିଲୋ ୩୫ ଟଙ୍କା, ପିଆଜ ୩୦,ବିଲାତି କିଲେକୁ ୫୦ଟଙ୍କା, ବନ୍ଧାକୋବି ୩୦, ଭେଣ୍ଡି ୫୦, ବାଇଗଣ ୪୦ ପୋଟଳ ୧୦୦ ଟଙ୍କା ରହିଛି। ସେପଟେ କରୋନା କଟକଣା ଯୋଗୁଁ ଅନେକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ପରିବାର ଆକାଶଛୁଆଁ ଦର ଲୋକଙ୍କୁ ଖୁବ ବାଧୁଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0