spot_img

ଭାରସାମ୍ୟ ହାରାଇ ତଳକୁ ଖସିଲା ଆମ୍ବୁଲାନ୍ସ, ୩ ଆହତ

ଆଳି: କଟକରୁ ଜନୈକା ମୃତ ମହିଳାଙ୍କୁ ନେଇ ଫେରୁଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇ ଚୁରମାର ହୋଇଯାଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୋମନଙ୍କୁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ। ସୂଚନା ଅନୁଯାୟୀ, କଟକରୁ ମତ୍ତୋ,ଦିଗୋଛିଆ ଅଭିମୁଖେ ଫେରୁଥିବା ଏହି ଆମ୍ବୁଲାନ୍ସଟି କଟକ-ଚାନ୍ଦବାଲି ରାସ୍ତାର ଆଳି ଡାକବଙ୍ଗଳା ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରୁ ୫ ଫୁଟ ତଳକୁ ଖସି ଯାଇଥିଲା। ଫଳରେ ଦ୍ରୁତଗାମୀ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ଖବର ପାଇବା ପରେ ଆଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular