ବଲାଙ୍ଗୀର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ବର୍ତ୍ତମାନ ସମୟରେ ଆନ୍ତର୍ଜାତିକ ମହିଳା କ୍ରିକେଟର ରୋସନାରା ପରୱିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସହ ତାଙ୍କ ମା ହୁସନାରା ବେଗମଙ୍କର ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଛି। ମିଳିଥିବା ସୁଚନା ଅନୁଯାୟୀ, ଗତ ରବିବାର ଅପରାହ୍ନରେ ରୋସନାରା ଓ ତାଙ୍କ ମା’ଙ୍କୁ ବଲାଙ୍ଗୀର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରୋସନାରାଙ୍କ କହିବାନୁଯାୟୀ, ଗତ କିଛି ଦିନ ହେଲା ତାଙ୍କ ମା’ଙ୍କୁ ଜ୍ୱର ହେଉଥିଲା। ତେଣୁ ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ କରୋନା ପରୀକ୍ଷା କରାଇବାକୁ ଚାହିଁଥିଲେ କିନ୍ତୁ ହସ୍ପିଟାଲରେ ଆଣ୍ଟିଜେନ କିଟ ନଥିବାରୁ ପରୀକ୍ଷା ହୋଇପାରିନଥିଲା। ପରେ କରୋନା ଟେଷ୍ଟିଂ ଲାବକୁ ତାଙ୍କ ମା’ଙ୍କ ସ୍ୱାବ ପଠାଯାଇଥିଲା। ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କ ମା’ଙ୍କ ଜ୍ୱର ବଢ଼ିବାରୁ ଓ ତାଙ୍କୁ ମଧ୍ୟ ଜ୍ୱର ହେବା ଭଳି ଲକ୍ଷଣ ଦେଖାଯାଇଥିଲା । ସେ ଡାକ୍ତରଖାନାକୁ ଯାଇ କରୋନା ଟେଷ୍ଟ କରାଇଥିଲେ। ରୋସନାରା ଓ ତାଙ୍କ ମା ଉଭୟଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଠାକ ରହିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0