spot_img

ଅନୁଭବ ଯୁକ୍ତ ୨ ପାସ ନା ଫେଲ? କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ତଥା ଏମପି ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଘରୋଇ ହିଂସା ବିଷୟକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିବାରେ ଲାଗିଛି । ଅନୁଭବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ‘ତାଙ୍କ ବ୍ୟବହାର ସବୁବେଳେ ବିବାଦୀୟ ହୋଇଆସିଛି । ତାହା ସହିତ ସାମ୍ବାଦିକ ମାନଙ୍କୁ ର୍ଦୁବ୍ୟବହାର କରିବା ଏବଂ କଟକରେ ଯୁବକ ଓ ଜଣେ ମହିଳା ମାନଙ୍କୁ ଆକ୍ରମଣ କରିବା’ ଆଦି ଘଟଣା ସବୁ ଉଠାଇ କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଏହା ସହିତ ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ । ଯୁକ୍ତ ୨ ଫେଲ ହୋଇ କନ୍ଦରପୁର କଲେଜରେ ଆଡ଼ମିଶନ କଲେ କେମିତି, ପରୀକ୍ଷା କେମିତି ଦେଲେ, ତାର ଉତ୍ତର ରଖନ୍ତୁ ବୋଲି ନିଶିକାନ୍ତ ଦାବି କରିଛନ୍ତି । ତାଙ୍କ ଉପରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଆଇନଗତ ଓ ରାଜନୈତିକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular