spot_img

ସେବା ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା  () ଆଜି ବରୁଣାଡିହା ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ରାଜକନିକା କେନ୍ଦ୍ରାପଡ଼ା ଠାରେ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସମ୍ପାଦିକା ଲିପ୍ସା ନାୟକ ଓ ସମ୍ପାଦକ ଚନ୍ଦନ କୁମାର ଙ୍କ ସଂଯୋଜନା ରେ ମା ଅନ୍ଧାର ଘରଣୀ ଆଲୋକ କ୍ଲବ ସହାୟତା ରେ ଏକ ରକ୍ତଦାନ ଶିବିର କେନ୍ଦ୍ରାପଡ଼ା ରକ୍ତଭଣ୍ଡାର ସହଯୋଗ ରେ ଆୟୋଜନ କରାଯାଇଥିଲା।


ଏହି ଶିବିରକୁ ରାଜକନିକା ବି ଡି ଓ ଶ୍ରୀଯୁକ୍ତ ବିକ୍ରମ ପରିଡା, ଆଳି ସରକାରୀ ଡାକ୍ତର ଖାନା ର ଡାକ୍ତର ଦେବସ୍ମିତା ଶର୍ମା ଓ ବରୁଣା ଡ଼ିହା ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଦୁର‌୍ୟ୍ୟୋଧନ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ସରକାର ଙ୍କର କୋଭିଡ ନିୟମ ର ଅନୁପାଳନ କରି ରକ୍ତଦାତା ମାନେ ରକ୍ତଦାନ କରିଥିଲେ।ଶିବିର ରୁ ମୋଟ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।


ଶିବିରକୁ ମା ଅନ୍ଧାର ଘରଣୀ ଆଲୋକ କ୍ଲବ ର ସଦସ୍ୟ ଏବଂ ସେବା ଫାଉଣ୍ଡେସନ ର ସଦସ୍ୟ ସଦସ୍ୟା ମାନେ ଶିବିର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular