spot_img

ଗରମ ଦିନେ ଶରୀରକୁ ତୁରନ୍ତ ଶକ୍ତି ଦେଇଥାଏ ବେଲପତ୍ର, ଜାଣନ୍ତୁ କ’ଣ ରହିଛି ଫାଇଦା

ଗରମ ଦିନେ ବେଲ ସର୍ବତ ପେଟକୁ ଥଣ୍ଡା କରିବା ସହ ବିଭିନ୍ନ ରୋଗ ଠାରୁ ଦୂରେଇ ରଖିଥାଏ । କେବଳ ବେଲ ପତ୍ର ନୁହେଁ ବରଂ ଏହାର ପତ୍ରରେ ମଧ୍ୟ ଅନେକ ଗୁଣ ଭରି ରହିଛି । ନିୟମିତ ବେଲ ପତ୍ର ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧିତ ଅନେକ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ ବେଲପତ୍ର ।

-ନିୟମିତ ବେଲ ପତ୍ରର କାଢା ପିଇବା ଦ୍ୱାରା ହାର୍ଟ ସମ୍ବନ୍ଧିତ ରୋଗର ଆଶଙ୍କା କମ ହୋଇଥାଏ । ଏଥିସହ ମହୁମାଛି କାମୁଡି ଥିବା ସ୍ଥାନରେ ମଧ୍ୟ ଏହି ପତ୍ରର ରସ ଲଗାଇପାରିବେ । ଏପରି କରିବା ଦ୍ୱାରା ଜଲଦି ଉପଶମ ମିଳିଥାଏ ।

bael pana-ଏହାର କାଢା ପିଇବା ଦ୍ୱାରା ମଧ୍ୟ ଜ୍ୱରରୁ ରକ୍ଷା ମିଳିଥାଏ । ଏଥିସହ ଆସ୍ଥମା ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ବେଲପତ୍ର ।

-ଶରୀରରେ ଅତ୍ୟଧିକ ତାପମାତ୍ରା ବଢିବା ଦ୍ୱାରା ଯଦି ପାଟି ଭିତରେ ଫୋଟକା ପରି କିଛି ହୋଇଥାଏ ତେବେ ଏଥିପାଇଁ ମଧ୍ୟ ଲାଭକାରୀ ହୋଇଥାଏ ବେଲପତ୍ର । ବେଲପତ୍ରର ରସରେ ଏହି ସମସ୍ୟା ଧିରେ ଧିରେ ଭଲ ହୋଇଥାଏ ।

Bael-ସେହିଭଳି ଯଦି ଆପଣଙ୍କର ପାଏଲ୍ସ (ମଳକଣ୍ଟକ) ସମସ୍ୟା ରହିଥାଏ ତେବେ ଏହି ଗଛର ଛେରକୁ ଗୁଣ୍ଡ କରି ମିଶ୍ରି ସହିତ ସେବନ କରନ୍ତୁ । ଏହି ଗୁଣ୍ଡକୁ ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ ଥଣ୍ଡା ପାଣିରେ ସେବନ କରିପାରିବେ । ଯଦି ଏହି ସମସ୍ୟା ଅଧିକ ରହିଥାଏ ତେବେ ଆପଣ ଏହାକୁ ଦିନରେ ୩ରୁ ୪ଥର ସେବନ କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular