ଦେଶର ଦିଗ୍ଗଜ ବାହନ ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ଯେତେବେଳେ ବି ତାଙ୍କୁ ସମୟ ମିଳିଥାଏ ସେତେବେଳେ ସେ କିଚି ଟ୍ୱିଷ୍ଟ କରିଥାନ୍ତି କିମ୍ବା ଲୋକଙ୍କୁ ମୋଟିଭେଟ୍ କରିଥାନ୍ତି । ଏଥର ମଧ୍ୟ ସେ ଏଭଳି କିଛି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଚର୍ଚ୍ଚାରେ ରହିଛନ୍ତି ।
ଦିନକୁ ଦିନ ଦେଶରେ କରୋନାର କାୟା ବିସ୍ତାର ହେବାରେ ଲାଗିଛି । ଏଥିପାଇଁ ସାମିଜିକ ଦୂରତା, ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଏହି ଭାଇରସ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଉଛି । ଏନେଇ ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ କେବଳ ଜରୁରୀ ସେବା ଗୁଡିକୁ ପୂର୍ବଭଳି ଜାରି କରାଯାଇଛି । ଯେଉଁଥିରେ ମେଡିକାଲ, ଫୁଡ୍ ଏବଂ ଗ୍ରୋସରୀ ଆଦି ସେବା ଉପଲବ୍ଧ ରହିଛି । ସୂଚନା ମୁତାବକ ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟର ଆକାଉଣ୍ଟରେ ଏକ ରିକ୍ସା ଚାଳକଙ୍କ କାହାଣୀ ସେୟାର କରିଛନ୍ତି, ଯେଉଁଥିରେ ସାମାଜିକ ଦୂରତା ପାଳନ କରିବା ପାଇଁ ନିଜର ଇ-ରିକ୍ସାକୁ ଚାଳକ ଜଣକ ଖୁବ୍ ଖାସ୍ ତରିକାରେ ତିଆରି କରିଛନ୍ତି । ଏନେଇ ଆନନ୍ଦ ମହିନ୍ଦ୍ରାଙ୍କୁ ଉକ୍ତ ବ୍ୟକ୍ତି ଜଣକଙ୍କ ଆଇଡିଆ ଏତେ ଭଲ ଲାଗିଛି ଯେ ସେ ତାଙ୍କୁ କମ୍ପାନୀରେ ଚାକିରି କରିବା ପାଇଁ ଅଫର୍ ଦେଇଛନ୍ତି ।
ଏହି ଭିଡିଓଟି ସେୟାର କରିବା ସହ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ଆମ ଦେଶର ଲୋକମାନଙ୍କର ନୂଆ ଖୋଜିବାର ପ୍ରୟାସ ଏବଂ ନୂତନ ପରିସ୍ଥିତିକୁ ଢଳିଯିବାର କ୍ଷମତାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0