spot_img

ରେଳ ଷ୍ଟେସନକୁ ବୋମା ଦ୍ୱାରା ଉଡାଇ ଦେବାକୁ ଧମକ

ହିସାର: ହରିୟାଣା ରେଳ ଷ୍ଟେସନକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରେଲୱେ ସୁରକ୍ଷା ସହିତ ଉଭୟ ଫୋର୍ସ ଯବାନଙ୍କୁ ଆଲର୍ଟ କରାଯାଇଛି । ୪ ଜଣ ଯୁବକଙ୍କ କଥାବାର୍ତ୍ତାରୁ ଏହି ଧମକ ସାମ୍ନାକୁ ଆସିଛି ବୋଲି ସୂଚନା ମିଳିଛି । ହରିୟାଣା ରେଳ ଷ୍ଟେସନକୁ ବୋମା ଲଗାଇ ଉଡାଇ ଦେବାକୁ ୪ ଜଣ ଯୁବକ କଥାବାର୍ତ୍ତା ହେଉଥିବାର ଜଣେ ଅଜଣା ମହିଳା ଶୁଣିଥିଲେ । ଏହି ୪ ଜଣ ଯୁବକଙ୍କ କଥାବାର୍ତ୍ତା ଶୁଣିବା ପରେ ମହିଳା ଜଣକ ରେଲୱେ ହେଲ୍ପ ଲାଇନ ନମ୍ବରକୁ ଫୋନ କରି ଏହି ସୂଚନା ଦେଇଥିଲେ । Rewari_Junction_Railway_Station
ମିଳିଥିବା ସୂଚନା ମୁତାବକ, ଏହି ୪ ଜଣ ଯୁବକ ରାଜସ୍ଥାନ ନମ୍ବର ଯୁକ୍ତ ଗାଡିରେ ବୁଲୁଛନ୍ତି ଏବଂ ଏମାନେ କୌଣସି ଉଗ୍ରବାଦୀ ସଂଗଠନ ସହ ଜଡିତ ଅଛନ୍ତି ବୋଲି କୁହାଯାଉଛି । ତେବେ ରେଲୱେ ହେଲ୍ପ ଲାଇନକୁ ଫୋନ କରିଥିବା ମହିଳାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଜିଆରପି ଏହି ମାମଲାରେ ଅଜଣା ଲୋକଙ୍କ ବିରୋଧରେ ଆଇପିସି ଧାରା ୧୨୪ ଏ ଏବଂ ୫୦୫ ଏକେ-ବି ରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular