spot_img

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ କିନ୍ତୁ ଏହା ତଳକୁ ଖସିଆସିଛି। ଗତ ୨୪ ଘଣ୍ଟାରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୪,୩୨୪, ଆରଟିପିସିଆରରେ ୬,୭୮୪ ଓ ଟ୍ରୁନଟ୍ରେ ୧୬୭ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬ହଜାର ୯୪୧ ଓ ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪,୬୬୮ଟି କରୋନା ନମୁନା ପରୀକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ମୋଟ୍ ୪୫ହଜାର ୧୬୫ କରୋନା ନମୁନା ପରୀକ୍ଷା କରାଯାଇଥିଲା।ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୮,୧୬୫, ଆରଟିପିସିଆରରେ ୬,୮୩୬ ଓ ଟ୍ରୁନଟ୍ରେ ୧୬୪ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫୬୨, କେନ୍ଦ୍ରାପଡ଼ାରେ ୪୧୨୯ ଓ କେନ୍ଦୁଝରରେ ୩୩୮୯ଟି ନମୁନା ପରୀକ୍ଷା ହୋଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular