ନୁଆ ନୀଦରେ ବନ୍ୟା ଉଜାଡିଦେଲା ସୁନାଫସଲ । ବନ୍ୟାପାଣିରେ ପଚିସଢିଗଲା ହଜାର ହଜାର ହେକ୍ଟର ଧାନ ଓ ପନିପରିବା । ଗୋପ ବ୍ଲକର ପାଞ୍ଚଟି ପଞ୍ଚାୟତରେ ଏଭଳି ସ୍ଥିତି ଦେଖାଦେଇଛି । ନୂଆଖୋଲମରା, ରାହାଗୋରଡା ଓ ଗଣେଶ୍ୱରପୁର ପଞ୍ଚାୟତରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ଛାଡିଥିଲେ ବି ଚାଷଜମିକୁ ଦେଖିଲେ ଚାଷୀର ହୃଦୟ ଫାଟିପଡୁଛି । ହେକ୍ଟର ହେକ୍ଟର ଚାଷଜମିରେ ଧାନଫସଲ ପଚିସଢି ନଷ୍ଟ ହୋଇଯାଇଛି । ଆଉ ଦୁଇମାସ ପରେ ଧାନ ଫସଲ ଅମଳ ହୋଇଥାନ୍ତା ।
କିନ୍ତୁ ଧନୁଆନଦୀର ବନ୍ୟା ସବୁକିଛି ଛାରଖାର କରଦେଇଛି । କିଏ ୫ ଏକର ତ କିଏ ଦଶ ଏକର ଜମିରେ ଧାନ ଚାଷ କରିଥିଲା । ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷ କରିଥିଲା । କିନ୍ତୁ ବନ୍ୟାପାଣି ଏବେ ସବୁ ଉଜାଡିଦେଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0