ଭୁବନେଶ୍ୱର : ସାରାଦେଶରେ ରେଲଓ୍ବେ ସଫ୍ଟୱେରକୁ ହ୍ୟାକ୍ କରିଥିବା ନେଇ ଜଣେ ଓଡ଼ିଆ ଯୁବକଙ୍କୁ ସୋମବାର ଆରପିଏଫ ଗିରଫ କରିଛି । ଗିରଫ ହୋଇଥିବା ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରାଜକୁମାର ସାହୁ। ସେ ପଟ୍ଟାମୁଣ୍ଡାଇ ବଜାରରେ ରାଜ କମ୍ୟୁନିକେଶନ ନାମରେ ଏକ କମ୍ପୁଟର ଦୋକାନ କରିଛନ୍ତି। ଏ ସମ୍ପର୍କରେ ଆରପିଏଫ ଏକ ମାମଲା ରୁଜୁ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ଆଇଆରସିଟିସି ଏଜେଣ୍ଟ ଦସ୍ତାବିଜ, ଗୋଟିଏ ଡଙ୍ଗଲ, ଗୋଟିଏ ଡାଏରୀ, ଦୁଇଟି ମୋବାଇଲ ଓ ରେଲଓ୍ବେ ନାମରେ ବ୍ୟବହାର କରୁଥିବା ୨୫ ନକଲି ଆକାଉଣ୍ଟ ଜବତ କରାଯାଇଛି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1