spot_img

ନାବାଳକକୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ନିଶା ପାଇଁ ଅସାମାଜିକ ଯୁବକଙ୍କୁ ଟଙ୍କା ନଦେବାରୁ ଗଲା ନାବାଳକର ଜୀବନ । ରାଜଧାନୀ ଭରତପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭରତପୁର ଅଂଚଳର ନବମ ଶ୍ରେଣୀରେ ପଢୁଥିବା ୧୩ ବର୍ଷର ନାବାଳକ ଅଶ୍ୱିନୀ ପାଢୀ।

murderଗତ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରେ ଅଶ୍ୱିନୀ ସଉଦା ପାଇଁ ପାଖ ହାଟକୁ ଯାଉଥିଲେ । ସେହି ସମୟରେ ଛକରେ ନିଶା ସେବନ କରୁଥିବା ୧୦ଜଣ ଯୁବକ ଅଶ୍ୱିନୀଠାରୁ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ । ହେଲେ ଅଶ୍ୱିନୀ ଟଙ୍କା ନେଦବାରୁ ଭୁଜାଲିରେ ହାଣି ଦେଇଥିଲେ ଦୁର୍ବୃତ । ଗୁରୁତର ଅବସ୍ଥାରେ ନାବାଳକକୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ଘଟଣାରେ ଖଣ୍ଡଗିରି ପୁଲିସ ୨ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ତ୍ତ

LEAVE A REPLY

Please enter your comment!
Please enter your name here

- Advertisment -

Most Popular