ପାରାଦୀପ: ଇଫକୋ ସାର କାରଖାନା ଆଗରେ ଉତ୍ତେଜନା । ଜିପସମ୍ ପରିବହନକୁ ନେଇ ବିବାଦ ଦେଖା ଦେବା ପରେ ରାସ୍ତାକୁ ଓହ୍ଲାଇଛି ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ । ଜିପସମ୍ ପରିବହନର କାର୍ୟ୍ୟାଦେଶ ପାଇଥିବା ସଂସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଶତାଧିକ ଟ୍ରକ ମାଲିକ । ଇଫକୋ ସାର କାରଖାନା ଫାଟକ ଆଗରେ ପ୍ରତିବାଦ କରିବା ପରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ପ୍ରତିବାଦ ସମୟରେ କୋଭିଡ୍ କଟକଣାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି ।
ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ ଅଭିଯୋଗ କରିଛି ଆଗରୁ ସଂଘର ଶହ ଶହ ଟ୍ରକ କାରଖାନା ସାମଗ୍ରୀ ପରିବହନରେ ଲାଗୁଥିଲା । କିନ୍ତୁ ଚଂଚକତା କରି ଇଫକୋ କମ୍ପାନୀ ନିରାକାର କନଷ୍ଟ୍ରକସନ୍କୁ କାର୍ଯ୍ୟାଦେଶ ଦେବା ପରେ ଏପରି ସ୍ଥିତି ଦେଖା ଦେଇଛି । କମ୍ପାନୀ ସଂଘର ଗାଡିକୁ ପରିବହନ ଅନୁମତି ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପାରାଦୀପ ମିଳିତ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି । ସେପଟେ ମିଳିତ ଟ୍ରକ୍ ମାଲିକ ସଂଘ ପାରାଦୀପରେ ଶିଳ୍ପ ସଂସ୍ଥା ଗୁଡିକୁ ବ୍ଲାକମେଲ୍ କରୁଥିବା ପାଲଟା ଅଭିଯୋଗ ଆଣିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0