ନବରଙ୍ଗପୁର: କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ନିଜ ପୋଷ୍ଟରେ, ମୋର ଏବଂ ସହଧର୍ମିଣୀଙ୍କର କରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି। ଗତ ୩-୪ଦିନ ଭିତରେ ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେ ସମସ୍ତଙ୍କୁ ନିଜ ନିଜର କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ। ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ଲେଖିଛନ୍ତି ବିଧାୟକ ସଦାଶିବ ପ୍ରଧାନୀ।
ଏହାପୂର୍ବରୁ ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଏହି ଭୂତାଣୁ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0