ସାଲେପୁର : ବିରୂପା ନଦୀପଠାରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମ ପଞ୍ଚାୟତର ସାନ କେଶରପୁର ଗାଁ ନିକଟରେ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ତେବ ଗତ ୪ ଦିନ ତଳେ ମଞ୍ଚେଶ୍ବର ପଞ୍ଚାୟତର ନବ କିଶୋର ଜେନା ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଧବଳେଶ୍ବର ମହାନଦୀରେ ଭାଷି ଯାଇଥିଲେ । ବହୁତ ଖୋଜା ଖୋଜି କଲା ପରେ ବି କୌଣସି ପତ୍ତା ମିଳିନଥିଲା । ତେଣୁ ବନ୍ୟା ପାଣିରେ ଭାସି ଏହି ପଠାରେ ଲାଗିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଗ୍ରାମବାସୀ ଶବଟିକୁ ଦେଖି ଟାଙ୍ଗୀ ଥାନା ପୋଲିସକୁ ଖବର ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0