ବଲିଉଡର ଚର୍ଚ୍ଚିତ ଅଭିନେତା ଅଜୟ ଦେବଗନ ମଧ୍ୟ୍ୟ କୌଣସି ଦେଶ ପ୍ରେମୀଙ୍କଠୁ କମ୍ ନୁହଁନ୍ତି। ଅଜୟ ଦେବଗନ ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ଜଣ ଯବାନଙ୍କ ବୀରତ୍ୱ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାକୁ ନେଇ ସିନେମା ସମିକ୍ଷକ ତରଇ ଆଦର୍ଶ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ଅଜୟ ଦେବଗନ ଗଲୱାନ ଘାଟିରେ ସହିଦ ହୋଇଥିବା ବିରତ୍ୱ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ଟାଇଟଲ୍ ଏବେ ଯାଏଁ ଫାଇନାଲ ହୋଇନାହିଁ । ଫିଲ୍ମର କାଷ୍ଟ ମଧ୍ୟ ଏବେ ଯାଏଁ ଚିନ୍ତା କରାଯାଇନାହିଁ ।
ସୂଚନା ଅନୁଯାୟୀ ଏହି ଫିଲ୍ମଟିକୁ ଅଜୟ ଦେବଗନଙ୍କ ନିଜ ପ୍ରଡକ୍ସନ ହାଉସରେ ତିଆରି କରିବେ । ଏହି ଫିଲ୍ମରେ ସେହି ୨୦ ସୈନିକଙ୍କ କାହାଣୀ ଦେଖାଯିବ । ଯେଉଁମାନେ ଚିନୀର ଆର୍ମିଙ୍କ ସହ ମୁକାବିଲା କରିଥିଲେ । ଗଲୱାନ ଘାଟିରେ ଫିଲ୍ମ ନିର୍ମାଣ କରିବା କୌଣସି ନୂଆ କଥା ନୁହେଁ କାରଣ ସେ ଏପରି ଅନେକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିଛନ୍ତି । ପୂର୍ବ ଫିଲ୍ମ ତାନାଜୀ ରେ ନିଜର ଚମକôାର ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ଅଜୟ ଦେବଗନ । ଏହା ପୂର୍ବରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଥିଲା । ଫିଲ୍ମର ନାଁ ଥିଲା ଉରି-ଦ ସର୍ଜିକାଲ୍ ଷ୍ଟାଇକ୍ । ଏଥିରେ ଅଭିନେତା ବିକି କୌଶଲ୍ ନଜର ଆଜିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0