ଯାଜପୁର: ବନ୍ୟା ଜଳ ଉଜାଡିଦେଲା ଚାଷୀଙ୍କ ଚାଷ ଜମି । ବନ୍ୟା ସାଙ୍ଗକୁ ଦାଉ ସାଜିଲା ବିଷଚକ୍ତ ତେଲ । ବନ୍ୟା ଜଳ ସହିତ ବିଷାକ୍ତ ଜଲ ମିଶି ହେକ୍ଟର ହେକ୍ଟର ଚାଷ ଜମିକୁ ସମ୍ପୁର୍ଣ୍ଣ ବିଷାକ୍ତ କରିଦେଇଛି । ଧାନଠାରୁ ଆରମ୍ଭ କରି ବିଭିନ୍ନ ପନିପରିପା ଚାଷ ସମ୍ପୁର୍ଣ୍ଣ ଉଜୁଡିଯାଇଛି । ଏଭଳି ଦୃଶ୍ୟ ଯାଜପୁର ବ୍ଲକ ଛତିଶ ଦେବିଲ ଏବଂ ଋଷିପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଗାଁ ମୁଣ୍ଡରେ ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲୁଛି । ଏହି ଅଞ୍ଚଳରେ ରହିଥିବା ବିଷାକ୍ତ ତେଲ ବ୍ୟାରେଲ ଗୁଡିକ ବନ୍ୟା ଜଳରେ ଭାସି ଗାଁର ଚାଷ ଜମିରେ ମାଡିଯାଇଥିଲା । ଫଳରେ ଚାଷୀଙ୍କ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି । ପ୍ରକଳ୍ପର କାମ ନେଇଥିବା କମ୍ପାନି ନିକଟରେ ଚାଷୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିବା ପରିବର୍ତ୍ତେ ଧମକ ଚମକ ମିଳୁଛି । ଚଳିତ ବର୍ଷ ବିଶାକ୍ତ ତେଲ ପ୍ରଭାବରେ ମାଟି ଉପରେ ଏକ ଆସ୍ତରଣ ଜମି ରହିଛି । ଏ ନେଇ ଗ୍ରାମବାସୀଭ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ କୃଷି ଅଧିକାରୀଙ୍କୁ ଅବଗତ କରାଯାଇଛି । ଏପରି ଅଭିଯୋଗ ପରେ ଏହାର ଅନୁଧ୍ୟାନ କରାଯିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0