ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆରୋଗ୍ୟଙ୍କ ହାର । ଦେଶରେ କୋଭିଡ ଆରୋଗ୍ୟ ହାର ବୃଦ୍ଧି ପାଇ ୭୭.୬୫ ପ୍ରତିଶତରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୮୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ପ୍ରାୟ ୩୫ ଲକ୍ଷ ୫୦ ହଜାର ଲୋକ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁଯାୟୀ, ଦେଶରେ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍ ସଂକ୍ରମଣର ୨୦.୬୮% ରହିଛି। ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ଦେଶରେ କରୋନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ତିନିଗୁଣରୁ ଅଧିକ ବୃଦ୍ଧି ଘଟିଛି। ଆରୋଗ୍ୟଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ୮୦ ପ୍ରତିଶତରୁ ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର, ତାମିଲନାଡୁ, ଦିଲ୍ଲୀ,ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଗୁଜରାଟ ପ୍ରମୁଖ ରହିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0