ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୭ ଶହ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୮୯୪କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୭ଶହ ୭୭ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୫୮୬ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୮୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୬୮ ଜଣ, ପୁରୀରୁ ୨୩୭ ଜଣ, ରାୟଗଡ଼ାରୁ ୭୫ଜଣ, ଭଦ୍ରକରୁ ୬୭ ଜଣ, ମୟୂରଭଞ୍ଜରୁ ୫୮ ଜଣ, ସୁନ୍ଦରଗଡ଼ରୁ ୧୪୮ ଜଣ, ବରଗଡ଼ରୁ ୧୩୯ ଜଣ, କେନ୍ଦୁଝରରୁ ୭୮ ଜଣ, ଗଞ୍ଜାମରୁ ୫୮ ଜଣ, ନବରଙ୍ଗପୁରରୁ ୧୦୭ ଜଣ, କେରାପୁଟରୁ ୯୮ ଜଣ, ସମ୍ବଲପୁରରୁ ୧୧୨ ଜଣ, ନୟାଗଡ଼ରୁ ୭୧ ଜଣ, ସୁବର୍ଣ୍ଣପୁରରୁ ୭୨ ଜଣ, ଜଗତସିଂହପୁରରୁ ୧୦୦ ଜଣ, ଅନୁଗୁଳରୁ ୧୧୫ ଜଣ, କେନ୍ଦ୍ରାପଡ଼ାରୁ ୧୪୮ ଜଣ, ବୌଦ୍ଧରୁ ୨୬ ଜଣ, ବଲାଙ୍ଗିରରୁ ୫୧ ଜଣ, ନୂଆପଡ଼ାରୁ ୭୩ ଜଣ, ଝାରସୁଗୁଡ଼ାରୁ ୭୦ ଜଣ, କଳାହାଣ୍ଡିରୁ ୭୦ ଜଣ, କନ୍ଧମାଳରୁ ୪୯ ଜଣ, ଦେବଗଡ଼ରୁ ୧୪ ଜଣ, ଯାଜପୁରରୁ ୧୩୩ ଜଣ, ଢ଼େଙ୍କାନାଳରୁ ୬୭ ଜଣ, ଗଜପତିରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୬ ଜଣ ଓ ବାଲେଶ୍ୱରରୁ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0