() 7|6 : ସଲମାନ ଖାନଙ୍କୁ ସାଂସଦ ଅନୁଭବ ମହାନ୍ତି କରିଥିବା ଟ୍ୱିଟକୁ ନେଇ ଚର୍ଚ୍ଚା ପରେ ଆଜି ସଫେଇ ରଖିଛନ୍ତି ସାଂସଦ । କେନ୍ଦ୍ରାପଡାରେ ସେ ସବୁ ଦାୟିତ୍ୱ ତୁଲାଇଛନ୍ତି । ଜଣେ ସାଧାରଣ ଲୋକ ହିସାବରେ ତାଙ୍କର ମଧ୍ୟ ପସନ୍ଦ ରହିଛି । ଜଣେ ଅଭିନେତା ଭାବେ ସେ ସଲମାନ ଖାନଙ୍କୁ ପସନ୍ଦ କରନ୍ତି । ଏନେଇ ସେ ପୂର୍ବରୁ ମଧ୍ୟ କହିଥିବା ନିଜ ଟ୍ୱିଟରେ ଲେଖିଛନ୍ତି । ତେବେ ତାଙ୍କ ଟ୍ୱିଟ ଯଦି କାହାକୁ କଷ୍ଟ ଦେଇଥାଏ ସେଥିପାଇଁ ସେ କ୍ଷମା ମାଗିଥିବା ଟୁଇଟ କରିଛନ୍ତି । ଗତ ଶୁକ୍ରବାର ରାତି ୮ଟାରେ ପ୍ରଥମେ ଟ୍ୱିଟ କରିଥିଲେ କେନ୍ଦ୍ରାପଡା ସାଂସଦ । ହେଲେ ଏହାର କିଛି ଘଂଟା ପରେ ଅର୍ଥାତ୍ ରାତି ପ୍ରାୟ ୨ଟା ୫୦ରେ ଆଉ ଏକ ଟ୍ୱିଟ କରିଥିଲେ ଅନୁଭବ । ଯେଉଁଥିରେ ସେ ସଲମାନ ଖାନଙ୍କୁ ଟ୍ୟାଗ କରି କହିଥିଲେ, ଭାଇଜାନ ମୁଁ ଆପଣଙ୍କ ଏକ ଲାଇକ ପାଇଁ ଯୋଗ୍ୟ ନୁହେଁ କି । ଆପଣ ମତେ ଭଲ ପାଆନ୍ତୁ ବା ନ ପାଆନ୍ତୁ ହେଲେ ମୁଁ ଆପଣଙ୍କୁ ଭଲ ପାଉଥିବି । ବିଜେଡି ସାଂସଦଙ୍କ ଏହି ଟ୍ୱିଟକୁ ନେଇ ଯଥେଷ୍ଟ ସମାଲୋଚନା ମଧ୍ୟ ହୋଇଥିଲା । ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ଆଭିମୁଖ୍ୟ ଉପରେ ଅନେକ ପ୍ରଶ୍ନ ତିଆରି କଲେ । ସେପଟେ ଅନୁଭବଙ୍କ ସମର୍ଥକ ମଧ୍ୟ ତାଙ୍କ ସମର୍ଥନରେ ବାହାରିବାକୁ ପଛାଇ ନଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0