ନୂଆଦିଲ୍ଲୀ : ଆଇପିଏଲରେ ପ୍ରଥମ ଥର ପାଇଁ ଜଣେ ଆମେରିକୀୟ ଖେଳାଳୀଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ । କୋଲକାତା ନାଇଟ ରାଇଡ଼ର୍ସ ଆଗାମୀ ମ୍ୟାଚ ପାଇଁ ଦୃତତମ ବୋଲର ଅଲ୍ଲୀ ଖାନଙ୍କୁ ନେବାପାଇଁ ଚାହୁଁଛି । ପାକିସ୍ଥାନରେ ଜନ୍ମ ହୋଇଥିବା ଅଲ୍ଲୀ ଖାନ ଆମେରିକା ପକ୍ଷରୁ ଏକ ୱାନ-ଡ଼େ ମ୍ୟାଚ ଖେଳିଛନ୍ତି । ସେ ୨୦୧୯ରେ ପପୁଆ ନ୍ୟୁଗିନ ବିରୁଦ୍ଧରେ ୱାନ-ଡ଼େ ମ୍ୟାଚରେ ଡେବ୍ୟୁ କରିଥିଲେ । ଇଏସପିଏନ କ୍ରିକଇଫନୋର ରିପୋର୍ଟ ଅନୁସାରେ, ଦୁଇଥର ବିଜେତା କେକେଆର ଇଂଲଣ୍ଡର ଦୃତ ବୋଲର ହୈରୀ ଗର୍ନୀ ବଦଳରେ ଅଲ୍ଲୀ ଖାନକୁ ବାଛିଛନ୍ତି, କିନ୍ତୁ ବର୍ତ୍ତମାନ ଆଇପିଏଲର ଅନୁମତି ମିଳିବା ବାକି ଅଛି । ଅଲ୍ଲୀ ଖାନ ବର୍ତ୍ତମାନ ସୁଦ୍ଧା ୩୬ଟି ଟି-୨୦ ମ୍ୟାଚରେ ୩୮ଟି ୱିକେଟ ଅକ୍ତିଆର କରିଛନ୍ତି । ଗର୍ନୀଙ୍କ କାନ୍ଧ ଅପରେଶନ ହେବା ଦ୍ୱାରା ସେ ଆଇପିଏଲ ଓ ଇଂଲଣ୍ଡ ବାଇଟିଲିଟି ବ୍ଲାଷ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି । ୨୯ ବର୍ଷୀୟ ଅଲ୍ଲୀ ଖାନ ୧୪୦ ରୁ ଅଧିକ ଗତିରେ ବୋଲିଂ କରିପାରିବେ । ତାଙ୍କୁ ବହୁତ ସୁନ୍ଦର ୟର୍କର ବୋଲର ଭାବେ ଜଣାଯାଏ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0