ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍ ଟ୍ରଫି ଲଢେଇରେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଭିକ୍ଟୋରିଆ ଅଜାରେଙ୍କା ଅବତୀର୍ଣ୍ଣ ହୋଇଛନ୍ତି । ୨୩ ଗ୍ରାଣ୍ଡ ସ୍ନାମ୍ ବିଜୟିନୀ ସେରେନାଙ୍କୁ ପରାସ୍ତ କରି ସେ ଏହି ସ୍ଥାନରେ ଉପନୀତ ହୋଇଛନ୍ତି । ଗୁରୁବାର ସେମିଫାଇନାଲରେ ୩୧ ବର୍ଷିୟା ବେଲାରୁଷ ଖେଳାଳି ୧-୬,୬-୩,୬-୩ ସେଟରେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ରେରେନା ୱିଲିୟମ୍ସଙ୍କୁ ହରାଇଛନ୍ତି । ଫଳରେ ଆମେରିକାର ସେରେନା କୀର୍ତ୍ତିମାନଭରା ୨୪ ତମ ଗ୍ରାଣ୍ଡ ସ୍ଲାମ୍ ସ୍ୱପ୍ନ ପୁଣି ଘୁଞ୍ଚିଯାଇଛି । ୨୦୧୨ ଓ ୨୦୧୩ରେ ସେ ସେରେନାଙ୍କଠୁ ହାରି ଉପବିଜୟିନୀ ହୋଇଥିଲେ । ମାତ୍ର ଚଳିତ ବର୍ଷ ଫାଇନାଲରେ ତାଙ୍କର ଭେଟ ଜାପାନର ନାଓମି ଓସାକାଙ୍କ ସହ ହେବ । ପ୍ରଥମ ସେଟକୁ ସହଜରେ ଜିତିଥିବା ୬ ଥରର ୟୁଏସ୍ ଓପନ୍ ବିଜୟିନୀ ରେରେନା ପରବର୍ତ୍ତୀ ଦୁଇ ସେଟରେ ୭ ବର୍, ପରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ ଖେଳୁଥିବା ଅଜାରେଙ୍କାଙ୍କୁ ହରାଇବାକୁ ସକ୍ଷମ ହୋଇନଥିଲେ । ସେ ୨୦୧୭ ରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ମାର୍ଗାରେଟ କୋର୍ଟଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ । ଅନ୍ୟଏକ ସେମିଫାଇନାଲରେ ୨ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ଓସାକା ୭-୬, ୩-୬,୬-୩ ସେଟରେ ୨୮ ମାନ୍ୟତାପ୍ରାପ୍ତ ଆମେରିକାର ଜେନିଫର ବ୍ରାଡିଙ୍କୁ ପରାସ୍ତ କରିଥିଲେ । ଚତୁର୍ଥ ମାନ୍ୟତାପ୍ରାପ୍ତ ବ୍ରାଡି ଦୁଇ ବର୍ଷ ତଳେ ନ୍ୟୁୟର୍କରେ ସେରେନାଙ୍କୁ ହରାଇ ପ୍ରଥମ ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଥିଲେ । ଏହା ପରେ ସେ ୨୦୧୯ରେ ଅଷ୍ଟ୍ରେଲିଆନ୍ ଓପନ ଜିତି ଲଗାତାର ଦୁଇ ଗ୍ରାଣ୍ଡ ସ୍ଲାମ୍ କରାୟତ୍ତ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0