କଳାହାଣ୍ଡି : ଶବ ରଖି ୧୨ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତାରୋକ । କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ । ଯାହାଫଳରେ ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ମୃତକ ନଙ୍ଗଲବେଡ଼ା ରିମାନ୍ତ ହରିଜନ ବୋଲି ଜଣାପଡିଛି ।
ରିମାନ୍ତ ବୁଧବାର ଦିନ ଏକ ବାଇକ ଧକ୍କା ଦେବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ଘଟଣାଇଥିବା ମୋହନ ମାଝି ଫେରାରୁ ଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି । ଲାଞ୍ଜିଗଡ଼-ବିଶ୍ୱନାଥପୁର ରାସ୍ତାରେ ଶବରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଯାହାଫଳରେ କି ଉଭୟ ପଟୁ ଯିବାଆସିବା ଠପ୍ ରହିଛି । ଦୀର୍ଘ ୧୨ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତା ଅବରୋଧ ରହିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0