କଲିକତା: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ଼୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ସମର୍ଥନ ଜଣାଇଛି ପଶ୍ଚିମବଙ୍ଗ କଂଗ୍ରେସ ପାର୍ଟି । ସମର୍ଥନ ଜଣାଇ ଶନିବାର ଦିନ କଲିକାତାରେ ଏକ ରାଲି ଆୟୋଜନ କରିଥିଲା । ମିଳିଥିବା ସୂଚନା ମୁତାବକ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ଼୍ରଗ୍ସ ଲିଙ୍କ ଥିବା ଅଭିଯୋଗରେ ଅଭିନେତ୍ରୀଙ୍କୁ ଗିରଫକୁ ବିରୋଧ କରିଛନ୍ତି । ଉକ୍ତ ରାଲିରେ ୧୦୦ରୁ ଉର୍ଦ୍ଧ ପାର୍ଟି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । କଲିକତାର ପଶ୍ଚିମବଙ୍ଗ କେନ୍ଦ୍ରୀୟ ସମିତିର ମୁଖ୍ୟାଳୟ ଦ୍ୱାରା ଏହି ରାଲିର ଆୟୋଜନ କରାଯାଇଥିଲା । ଏହା ସହିତ ପଶ୍ଚିମ ମେଦିନୀପୁର ଓ ପଶ୍ଚିମ ବର୍ଦବାନ ଜିଲ୍ଲାରେ ମଧ୍ୟ ପାର୍ଟି ଦ୍ୱାରା ଏହିପରି ରାଲି ଆୟୋଜନ କରାଯାଇଥିଲା ବୋଲି ସୂଚନା ମିଳିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0