spot_img

ଜୀବିକା ବଞ୍ଚାଇବାକୁ ସୁରଟ ଅଭିମୁଖେ ପ୍ରବାସୀ ଓଡିଆ

ବ୍ରହ୍ମପୁରରୁ ସୁରଟକୁ ଗଡିଲା ଟ୍ରେନ । ଏହି ଟ୍ରେନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୨ ହଜାର ପ୍ରବାସୀ ଓଡିଆ ଯାତ୍ରା କରୁଛନ୍ତି ।ଟିକେଟ କାଉଁଟର ଖୋଲିବାର ପ୍ରାୟ ଅଧଘଂଟାଏ ମଧ୍ୟରେ ମାସେ ପାଇଁ ଟିକେଟ ବୁକ ହୋଇଯାଇଥିଲା । ସୁରଟର ବିଭିନ୍ନ କାରଖାନାରେ କାମ କରୁଥିବା ଏହି ପ୍ରବାସୀ ଶ୍ରମିକମାନେ ଏବେ ଜୀବିକା ବଂଚାଇବା ପାଇଁ ଆଗଭର ହୋଇଛନ୍ତି । କରୋନା କାଳରେ ଲକଡାଉନ ଓ ସଟଡାଉନର କଟକଣା ଭିତରେ ଏହି ପ୍ରବାସୀ ଶ୍ରମିକମାନେ ଘରେ ବସି ରହିଥିଲେ।

ପାଖରେ କାମ ଧନ୍ଦା ନଥିଲା । ପରିବାର ଚଳାଇବା ଗୁଜୁରାଣ ମେଂଟାଇବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ଏପରି ସ୍ଥିତିରେ ଟଙ୍କା ରୋଜଗାର କରିବା ପାଇଁ ଏହି ଶ୍ରମିକମାନେ ଏବେ ସୁରଟ ମୁହାଁ ହୋଇଛନ୍ତି । ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular