ନାବାଳିକା ଗର୍ଭପାତ ମାମଲାରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗିରଫ। ବେଆଇନ ଗର୍ଭପାତ କରାଇଥିବା ଅଭିଯୋଗରେ ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଥାନାକୁ ଡାକି ପଚରାଉଚରା ପରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ବୀରମିତ୍ରପୁର ଆଇଆଇସିଙ୍କୁ ଚାକିରିରୁ ବରଖାସ୍ତ କରାଯିବ ପରେ ଗିରଫ କରାଯାଇ ଜେଲ ପଠାଯାଇଛି । ଥାନା ବାବୁ ସମେତ ଅନ୍ୟ କର୍ମଚାରୀ ଦୀର୍ଘ ଦିନ ଧରି ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଆଜି ସକାଳେ ବୀରମିତ୍ରପୁର ଥାନାରେ ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା। ଏହାପରେ ବୀରମିତ୍ରପୁର ସିଏଚସିର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଥବା ଜଣାଯାଇଛି। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଡାକ୍ତର ଦେବାଶିଷ ଘୋଷଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଉଛି। ପୂର୍ବରୁ ଏହି ମାମଲାରେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0