spot_img

କରୋନା ପାଇଁ କଠୋର ନିଷ୍ପତି,ବର୍ଷକପାଇଁ ବଳବତ୍ତର ରହିବ ତାଲାବନ୍ଦ କଟକଣା

କେରଳ ସରକାରଙ୍କ ବଡ ନିଷ୍ପତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ଷକ ପାଇଁ କେରଳରେ ଜାରି ରହିବ ତାଲା ବନ୍ଦ କଟକଣା । ତେବେ କୋଭିଡ୍ ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇକୁ ପ୍ରତିହତ କରିବା ପାଇଁ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେରଳ ସରକାର ନେଇଛନ୍ତି ଚରମ ନିଷ୍ପତି । ଆଉ କେରଳ ସରକାରଙ୍କ ନୂଆ ମାର୍ଗଦର୍ଶିକା ଅନୁଯାୟୀ, ଅତି ଜରୁରୀ ନଥିଲେ ଘରୁ ଗୋଡ କାଢିବା ମନା । ବାହାରକୁ ବାହାରିଲେ ମୁଁହରେ ଫେସ୍ ମାସ୍କ ସହ ପକେଟରେ ସାନିଟାଇଜର ଏବଂ ସାମାଜକି ଦୂରତା ପାଳନ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ସରକାର । କରୋନାର ଭୟାବହତାକୁ ନଜରରେ ରଖି ଚଳିତ ମାସରୁ ଆସନ୍ତା ବର୍ଷ ତଥା ୨୦୨୧ ଜୁଲାଇ ମାସ ପର୍ୟ୍ୟନ୍ତ କେରଳରେ ତାଲାବନ୍ଦ କଟକଣା ବଳବତର ରହିବ । ଆଉ ଏହି କଟକଣା କାଳରେ ସମସ୍ତେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଅନୁପାଳନ କରିବାକୁ ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ତେବେ କେରଳ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ।
ସେହିଭଳି ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ କୋଭିଡ କଟକଣାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ମହାମାରୀ ଆକ୍ଟ ଅନୁସାରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଜରିମାନା ସାଙ୍ଗକୁ ୨ ବର୍ଷ କାଳ ଜେଲଦଣ୍ଡା ଦେଶ ମଧ୍ୟ ହୋଇପାରେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular