ନବରଙ୍ଗପୁର : ନବରଙ୍ଗପୁରରେ ଲଗାତାର ଭାବେ ବାଘଛାଲ ରାକେଟ୍ ସକ୍ରିୟ ହେବାରେ ଲାଗିଛି । ଜିଲ୍ଲାରେ ବନ ବିଭାଗକୁ ଖାତିର ନକରି ମାଫିଆ ଓ ଶିକାରୀମାନେ ବେଧଡକ ଭାବେ ଶିକାର କରୁଛନ୍ତି । ବାଘ ଶିକାର କରି ଛାଲକୁ ଲକ୍ଷଲକ୍ଷ ଟଙ୍କାରେ ବିକ୍ରି ମଧ୍ୟ କରୁଛନ୍ତି । ତେବେ ଏକ ବାଘଛାଲ ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ ।
ବନ ଭିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି ଜିଲ୍ଲା ସୀମାରେ ଥିବା ବିରିଗୁଡା ଗାଁ ଦେଇ ବାଇକ ଯୋଗେ କଲରାପତରିଆ ବାଘ ଚମଡା ଧରି ଆସୁଥିବା ଦୁଇ ଜଣଙ୍କୁ ଧରିଥିଲା । ଏହିଭଳି ନନ୍ଦାହାଣ୍ଡି ବ୍ଲକ ଉଶିରିପଦର ଗାଁ ନିକଟରେ ବାଇକ ଯୋଗେ ଦୁଇଟି କଲରାପତରିଆ ବାଘ ଚମଡା ଧରି ଯାଉଥିବା ବେଳେ ବନ ବିଭାଗ ହାତରେ ଧରା ପଡିଥିଲେ ଆଉ ୨ ମାଫିଆ। ଦୁଇଟି ପୃଥକ ପୃଥକ ଘଟଣାରେ ୩ଟି ବାଘ ଚମଡା, ଦୁଇଟି ବାଇକ, ୪ଟି ମୋବାଇଲ ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତ ହେଲେ ତ୍ରିନାଥ ନାୟକ, ସୁରେନ୍ଦ୍ର ନାୟକ, ଗୁପ୍ତଚନ୍ଦ୍ର ଟାକ୍ରୀ ଓ ପ୍ରହ୍ଲାଦ ନାୟକ ।
ଅଭିଯୁକ୍ତ ମାନଙ୍କ ଠାରୁ ଜବତ ମୋବାଇଲକୁ ଧରି କେଉଁମାନେ ଏହି ରାକେଟରେ ସାମିଲ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ।ତେବେ ଗିରଫ ଅଭିଯୁକ୍ତଙ୍କଠାରୁ ଦୁଇଟି ବାଇକ୍ ମଧ୍ୟ ପୋଲିସ ଜବତ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0