spot_img

କାଲି ଠାରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: କାଲିଠୁ ୨୪ ତାରିଖ ଯାଏ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ । ୧୫୩ଟି କେନ୍ଦ୍ରରେ ସପ୍ଲିମେଣ୍ଟାରି ଓ ୮୮ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୨୪୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାର ୫୮୮ ପରୀକ୍ଷାର୍ଥୀ । ତେବେ ଏଥର ୧୦୦ ପରିବର୍ତ୍ତେ ୮୦ ନମ୍ବରରେ ପରୀକ୍ଷା ହେବ । ୫୦ ନମ୍ବରର ସଂକ୍ଷିପ୍ତ ଉତ୍ତର ପାଇଁ ଛାତ୍ରଛାତ୍ରୀମାନେ ଓଏମଆର ସିଟ୍ ପୂରଣ କରିବେ । ମୋଟ ୨୦ଟି ମୂଲ୍ୟାୟନ କେନ୍ଦ୍ରରେ ଉଭୟ ପରୀକ୍ଷାର ଖାତାଦେଖା ହେବ । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular