ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୧ ଶହ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୧ଶହ ୯୮ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୨୨ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୬୭ ଜଣ, ପୁରୀରୁ ୩୧୦ ଜଣ, ରାୟଗଡ଼ାରୁ ୧୩୬ଜଣ, ଭଦ୍ରକରୁ ୫୩ ଜଣ, ମୟୂରଭଞ୍ଜରୁ ୧୩୩ ଜଣ, ସୁନ୍ଦରଗଡ଼ରୁ ୧୯୫ ଜଣ, ବରଗଡ଼ରୁ ୯୫ ଜଣ, କେନ୍ଦୁଝରରୁ ୬୩ ଜଣ, ଗଞ୍ଜାମରୁ ୪୪ ଜଣ, ନବରଙ୍ଗପୁରରୁ ୯୮ ଜଣ, କେରାପୁଟରୁ ୯୯ ଜଣ, ସମ୍ବଲପୁରରୁ ୧୩୦ ଜଣ, ନୟାଗଡ଼ରୁ ୪୩ ଜଣ, ସୁବର୍ଣ୍ଣପୁରରୁ ୭୪ ଜଣ, ଜଗତସିଂହପୁରରୁ ୯୭ ଜଣ, ଅନୁଗୁଳରୁ ୧୦୮ ଜଣ, କେନ୍ଦ୍ରାପଡ଼ାରୁ ୧୪୩ ଜଣ, ବୌଦ୍ଧରୁ ୧୯ ଜଣ, ବଲାଙ୍ଗିରରୁ ୧୯୭ ଜଣ, ନୂଆପଡ଼ାରୁ ୧୧୬ ଜଣ, ଝାରସୁଗୁଡ଼ାରୁ ୯୫ ଜଣ, କଳାହାଣ୍ଡିରୁ ୯୩ ଜଣ, କନ୍ଧମାଳରୁ ୭୮ ଜଣ, ଦେବଗଡ଼ରୁ ୩୪ ଜଣ, ଯାଜପୁରରୁ ୧୫୬ ଜଣ, ଢ଼େଙ୍କାନାଳରୁ ୮୦ ଜଣ, ଗଜପତିରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୨ ଜଣ ଓ ବାଲେଶ୍ୱରରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0