spot_img

କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ ହେଲା ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଟେକ ମହିନ୍ଦ୍ରା ଅଫିସ୍

ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ଗତ ୩ଦିନ ମଧ୍ୟରେ ଲଗାତର ୭ଜଣ କରୋନ ପଜିଟିଭ ବାହାରିବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜିଠାରୁ ପୁରା ବିଲଣ୍ଡିଂକୁ ସିଲ୍ କରାଯିବା ସହ ୨୦ତାରିଖ ଯାଏଁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬୭ଜଣ କର୍ମଚାରୀଙ୍କ ସ୍ୱାବ ପରିକ୍ଷା କରାଯିବା ପାଇଁ ବିଏମସି ନିଷ୍ପତି ନେଇଛି ।
ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଂଜାମ ଓ କଟକୁ ଫୋକସ କରାଯାଇଛି । କୌଣସି ବ୍ୟକ୍ତିଙ୍କ ଦେହରେ ନିର୍ଦ୍ଦିଷ୍ଟ ରୋଗକୁ ନେଇ କଣ ପ୍ରତିରୋଧକ ଶକ୍ତି ରହିଛି, ତାହା ଜାଣିବା ପାଇଁ ଏହି ଆଂଟିଜେନ ପରୀକ୍ଷା କରାଯାଏ । ଏବେ ଓଡିଶାରେ କେତେ ଜଣଙ୍କ ଦେହରେ କରୋନା ହୋଇ ଭଲ ହୋଇଯାଇଛି ତାହା ଜାଣିବା ପାଇଁ ଆଟିଂଜେନ ଟେଷ୍ଟ କରାଯାଏ । ଆବଶ୍ୟକ ପଡିଲେ ରାଜ୍ୟକୁ ଆହୁରି ଆସିବ ଟେଷ୍ଟିଂ କିଟ୍ । ଏହି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ର ପତି୍।

LEAVE A REPLY

Please enter your comment!
Please enter your name here

- Advertisment -

Most Popular