spot_img

ମୋ ସରକାରରେ ସାମିଲ ହେବ କୋଭିଡ ପରିଚାଳନା, ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ମୋ ସରକାରରେ ସାମିଲ ହେବ କୋଭିଡ ପରିଚାଳନା । ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ରୋଗୀ ଓ କରୋନା ଯୋଦ୍ଧାଙ୍କ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେମାନଙ୍କ ମତାମତ ସଂଗ୍ରହ କରିବାକୁ ଜିଲ୍ଲା କୋଭିଡ ପର୍ୟ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ରୋଗୀଙ୍କ ପରିବାରକୁ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କଠାରୁ ମତାମତ ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ।
ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବା, କୋଭିଡ୍ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗତ ଜୁନ୍ ୨୯ ତାରିଖ ଦିନ ହୋଇଥିବା ସମୀଷା ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍ ପରିଚାଳନା ପାଇଁ ଏକ ୯ ସୂତ୍ରୀ ପରାମର୍ଶ ଦେଇଥିଲେ । ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର କାର୍ୟ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟର ପ୍ରତିପଞ୍ଚାୟତରେ ଗ୍ରାମକଲ୍ୟାଣ ସମିତିସ୍ତରରେ ୪୭୬୧୩ଟି କୋଭିଡ୍ କେୟାରକମିଟି ଗଠନ କରାଯାଇଥିବା ବେଳେ ଏହାର ସଦସ୍ୟମାନଙ୍କ ତାଲିମ ମଧ୍ୟ ଶେଷ କରାଯାଇଛି।
ସେହିପରି ଗ୍ରାମପଞ୍ଚାୟତଗୁଡିକରେ ୪୯୨୧୮ ଶଯ୍ୟାବିଶିଷ୍ଟ ୫୪୮୦ କୋଭିଡ୍ ଗୃହ ସ୍ଥାପନ କରାଯାଇଛି। ୧୧୪ ଟି ପୌରାଞ୍ଚଳରେ ୨୦୩୫ଟି କୋଭିଡ୍ କେୟାର କମିଟି ଗଠନ କରାଯାଇଥିବା ବେଳେ ୫୯୫୬ଶଯ୍ୟାବିଶିଷ୍ଟ କୋଭିଡ୍ ଗୃହ ମ ଧ୍ୟସ୍ଥାପନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନସଚିବ, ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟର ମୁଖ୍ୟଉପଦେଷ୍ଟା, ପୁଲିସ ମହାନିର୍ଦ୍ଦେଶକ, ଉନ୍ନୟନକମିଶନର, ବିଭିନ୍ନ ବିଭାଗର ପ୍ରମୁଖସଚିବ ଓ ସଚିବ, ମୁଖ୍ୟମନ୍ତ୍ରୀଙ୍କସଚିବ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular