କରୋନା ମହାମାରୀ ସମୟରେ ଗରିବଙ୍କ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଛି ଉଜ୍ଜ୍ବଳା ଯୋଜନା। ଏହି ଯୋଜନାରେ ୮ କୋଟି ପରିବାର ପାଖରେ ଗ୍ୟାସ୍ ପହଞ୍ଚିଛି ବୋଲି ଆଜି ବିବହାରରେ ତିନିଟି ପେଟ୍ରୋଲିୟମ୍ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି ତିନି ପ୍ରକଳ୍ପକୁ ସେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ େହାଇଥିଲେ। ଲୋକାର୍ପିତ ହୋଇଥିବା ତିନି ପ୍ରକଳ୍ପ ହେଉଛି ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପ୍ଲାଇନ୍ର ବାଙ୍କା ପର୍ଯ୍ୟନ୍ତ ସମ୍ପ୍ରସାରଣ, ବାଙ୍କାରେ ଇଣ୍ଡିଆନ୍ ଅଏଲ୍ର ୮୫ ଲକ୍ଷ ସିଲିଣ୍ଡର ଉତ୍ପାଦନ ବିଶିଷ୍ଟ ଓ ଚମ୍ପାରନ୍ରେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୧ ଲକ୍ଷ ୨୦ ହଜାର କ୍ଷମତା ବିଶିଷ୍ଟ ଏଲ୍ପିଜି ବଟଲିଂ ପ୍ଲାଣ୍ଟ୍। ପାଇପ୍ଲାଇନ୍ ଓ ଅନ୍ୟ ଦୁଇ ପ୍ରକଳ୍ପ ମିଶନ ପୂର୍ବୋଦ୍ୟୋୟର ଏକ ବଡ଼ ପଦକ୍ଷେପ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଭାରତକୁ ଆତ୍ମନିର୍ଭର କରିବାରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିହାରରେ ଅଚଳ ହୋଇପଡ଼ିଥିବା ବରୋନି ବିଶୋଧନାଗାରକୁ କାର୍ଯ୍ୟକ୍ଷମ କରାଗଲା ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0