spot_img

ମାଇକ୍ରୋସଫ୍ଟକୁ ‘ଟିକଟକ’ ବିକ୍ରି କରିବନି ବାଇଟଡାନ୍ସ

ଚୀନ କମ୍ପାନୀ ବାଇଟଡାନ୍ସ ଆମେରିକାରେ ମୋବାଇଲ ଆପ ଟିକଟକର ପରିଚାଳନା ମାଲିକାନା ଅଧିକାର ମାଇକ୍ରୋସଫ୍ଟକୁ ବିକ୍ରି କରିବନି । ମାଇକ୍ରୋସଫ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ କି ଆମେରିକାରେ ପରିଚାଳନା କରୁଥିବା, ବିକ୍ରି ଓ ବନ୍ଦ କରିବା ସମୟ ସୀମା ସେପ୍ଟେମ୍ବରରେ ସମାପ୍ତ ହେଉଛି । ୱାଶିଂଟନ ଓ ବେଜିଂ ମଧ୍ୟରେ ଟିକଟକ୍ ଏକ ବିବାଦ କେନ୍ଦ୍ର ହୋଇରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପ ଆମେରିକୀୟଙ୍କୁ ଟିକଟକ ସହ ବ୍ୟବସାୟ କରିବା ରୋକିବାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଦେଇଛନ୍ତି । ଟ୍ରମ୍ପଙ୍କ କହିବାନୁସାରେ ଟିକଟକର ଉପଯୋଗ ଦ୍ୱାରା ଚୀନ ସଂଘୀୟ କର୍ମଚାରୀମାନଙ୍କର ଲୋକେସନ ଟ୍ରେସ୍, ବ୍ଲାକମେଲ କରିବାକୁ ଲୋକଙ୍କ ଉପରେ ଡୋଜିୟର ତିଆରି ଓ କର୍ପୋରେଟ ଗୁଇନ୍ଦାଗିରି କରାଯାଇପାରେ । ପୂର୍ବରୁ ଟ୍ରମ୍ପ ବାଇଟଡାନ୍ସକୁ ଆମେରିକାରେ ଟିକଟକ ପରିଚାଳନା ପାଇଁ ସେପ୍ଟେମ୍ବର ୧୫ ଯାଏ ଭାଗିଦାରୀ ବିକ୍ରି କରିବାକୁ ସମୟ ଦେଇଥିଲେ । ଏହା ପରେ ମାଇକ୍ରୋସଫ୍ଟ ଓ ଅରେକଲ ଟିକଟକର ପ୍ରଭୂତ୍ୱ କିଣିବା ପାଇଁ ସମ୍ଭାବ୍ୟ ଦାବିଦାର ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular