ଅନୁଗୁଳ : ପୌରପାଳିକା ଗେଟ୍ ସମ୍ମୁଖରରେ ସୁଇପର ସଂଘର ଆନ୍ଦୋଳନ । ବବି ମୁଖି ନାମକ ଜଣେ ସୁଇପର କିଛିଦିନ ତଳେ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଶବ ବ୍ୟବଚ୍ଛେଦ ହୋଇନାହିଁ। ତାଙ୍କର କାହିଁକି ଶବ ବ୍ୟବଚ୍ଛେଦ କରାଯାଇନାହିଁ, ତାହାର ଜବାବ ମାଗିବା ସହ କ୍ଷତି ପୂରଣ ଦାବିରେ ଆନ୍ଦୋଳନ କରୁଛି ସଂଘ ।
ସେ ସୁଇପର ଭାବେ କାମ କରୁଥିଲା, ତେଣୁ ତାଙ୍କ ମୃତ୍ୟୁ ପରେ କୋଭିଡ଼ ଟେଷ୍ଟ କରି କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ଉଚିତ ବୋଲି ଜିଦ ଧରିଛି ସଂଘ । ସେପଟେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଆନ୍ଦୋଳନ କାରୀଙ୍କ ସହ ଆସି ଆଲୋଚନା କରିଛନ୍ତି। କିଛି ଦିନର ସମୟ ମଧ୍ୟ ନେଇଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଯାହା କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କ୍ଷତିପୂରଣର ପ୍ରତିଶୃତି ପରେ ସୁଇପର ସଂଘ ଆନ୍ଦୋଳନରୁ ପଛକୁ ହଟିଥିବା ସୂଚନା ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0