spot_img

ପ୍ରଥମ ଫିଲ୍ମକୁ ଅଭିଶାପ ବୋଲି ମାନୁଥିଲେ ଏହି କଳାକାର

ମୁମ୍ବାଇ: ଖୁବ ଅଳ୍ପ ସମୟରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଆୟୁଷ୍ମାନ ଖୁରାନା । ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ବଲିଉଡ଼ ଜଗତର ଜଣେ ମଲ୍ଟି ଟ୍ୟାଲେଣ୍ଟେଡ଼ ଷ୍ଟାର ଭାବରେ ସେ ବେଶ ପରିଚିତ । ସେ ଅଭିନୟକୁ ଛାଡ଼ି ନୃତ୍ୟ କରିବା, ଗୀତ ଗାଇବା ଓ ଲେଖିବାକୁ ପସନ୍ଦ କରନ୍ତି । ତାଙ୍କର ନିଆରା ଅଭିନୟ ଦକ୍ଷତା ପାଇଁ ସେ ଦର୍ଶକ ମହଲରେ ପରିଚିତ । ଆୟୁଷ୍ମାନ ଖୁରାନାଙ୍କୁ ପ୍ରଥମ ଥର ପାଇଁ ୨୦୦୪ରେ ଏମଟିଭିରେ ପ୍ରସାରିତ ରୋଡ଼ିଜରେ ଦେଖିବା ପାଇଁ ମିଳିଥିଲା । ଏହି ସୋ’ ଜିତିବା ପରେ ସେ ଆଙ୍କରିଙ୍ଗ କରିବା ଆରମ୍ଭ କରିଥିଲେ । ୨୦୧୨ମସିହାରେ ତାଙ୍କର ପ୍ରଥମ ଫିଲ୍ମ ‘ଭିକ୍କି ଡ଼ୋନର’ ଆସିଥିଲା । ଯାହାପରେ ସେ ଆଉ ପଛକୁ ଚାହିଁ ନଥିଲେ । ଏହାପରେ ଅନେକ ଫିଲ୍ମରେ ସେ କାମ କରିଥିଲେ ମଧ୍ୟ ତାଙ୍କ ଫିଲ୍ମଗୁଡ଼ିକ ସଫଳତା ପାଇପାରିନଥିଲା । ତେଣୁ ସେ ତାଙ୍କ ପ୍ରଥମ ଫିଲ୍ମକୁ ତାଙ୍କ ଜୀବନର ଅଭିଶାପ ବୋଲି ମାନୁଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular